ଧର୍ମର ବିଜୟ (#15531)

ହେ ପ୍ରଭୁ, ମୋର ଈଶ୍ୱର ! ତୁମର ନାମ ମହିମାନ୍ୱିତ ହେଉ । ପ୍ରତ୍ୟେକ ଦେଶରେ ଅନ୍ଧକାର ଘୋଟିଯାଇଛି ଏବଂ ଅନିଷ୍ଟକର ଶକ୍ତିଗୁଡ଼ିକ ସବୁ ରାଷ୍ଟ୍ରକୁ ପରିବେଷ୍ଟନ କରିଛନ୍ତି । ତାହାସ୍େୱ ସେଗୁଡ଼ିକ ମାଧ୍ୟମରେ ତୁମ ବିଜ୍ଞତାର ପ୍ରଭା ସମୂହକୁ ମୁଁ ଉପଲ୨ି କରିଛି ଏବଂ ତୁମ ଅନୁଗ୍ରହ ଆଲୋକର ଉଜ୍ଜ୍ୱଳତାକୁ ର୍ନିୟ କରିଛି । 

ଯେଉଁମାନେ ଏକ ପରଦା ଭଳି ପଦାର୍ଥ ଦ୍ୱାରା ସ୍ୱୟଂ ତୁମଠାରୁ ଆଢ଼ୁଆଳରେ ରହିଛନ୍ତି, ସେମାନେ କଳ୍ପନା କରିଛନ୍ତି ଯେ ତୁମର ଆଲୋକକୁ ନିର୍ବାପିତ କରିଦେବା ପାଇଁ ଏବଂ ତୁମର ବହ୍ନିକୁ ଲିଭାଇ ଦେବା ପାଇଁ ତଥା ତୁମ କରୁଣାର ମୃଦୁ ମଳୟକୁ ସ୍ଥିର କରିଦେବା ପାଇଁ ସେମାନଙ୍କ ପାଖରେ କ୍ଷମତା ରହିଛି । ନା, ବରଂ ଏଥି ନିମନ୍ତେ ତୁମର ଶକ୍ତି ମୋତେ ସାକ୍ଷ୍ୟ ପ୍ରମାଣ ଦିଏ ! ଯଦି ପ୍ରତ୍ୟେକ ଦୁଃଖ ଯବଣା ତୁମ ବିଜ୍ଞତାର ବାହକ, ତଥା ପ୍ରତ୍ୟେକ ଅଗ୍ନି ପରୀକ୍ଷା ତୁମ ଅନୁଗ୍ରହର ଯାନ ଭାବେ ତିଆରି ହୋଇନଥାନ୍ତା ତାହେଲେ କୌଣସି ବ୍ୟକ୍ତି ଆମକୁ ପ୍ରତିରୋଧ କରିବା ପାଇଁ ସାହସ କରିନଥାନ୍ତା, ଯଦିଚ     ର୍ମ୍ୟ ଓ ସ୍ୱର୍ଗର ଶକ୍ତିଗୁଡ଼ିକ ଆମ୍ଭ ବିରୁଦ୍ଧରେ ମିଳିତ ହୋଇ ଦାୟମାନ ହୋଇଥାଆନ୍ତେ । ମୋ ସ୧ୁଖରେ ଉନ୍ମୁକ୍ତ ହୋଇ ପଡ଼ି ରହିଥିବା ସ୍ୱୟଂ ତୁମ ବିଜ୍ଞତାର ବିସ୍ମୟକାରୀ ରହସ୍ୟାବଳୀକୁ ଯଦି ମୁଁ ଉନ୍ମୋଚନ କରିଥାନ୍ତି ତାହାହେଲେ ତୁମ ଶତ୍ରୁମାନଙ୍କ କୌଶଳର ଉପାୟଗୁଡ଼ିକ ଖ ବିଖ ହୋଇ ଭ୍ରଷ୍ଟ ହୋଇଯାଇଥାନ୍ତା । 

ହେ ମୋର ପରମେଶ୍ୱର ! ତୁମର ମହିମାଗାନ ହେଉ, ଯେଉଁମାନେ ତୁମ ଇଚ୍ଛାର ସୁପ୍ରସାଦରୁ ପ୍ରବାହିତ ହୋଇଥିବା ଦିବ୍ୟ ବିଧାନର ଚତୁଃପାଶ୍ୱର୍ରେ ରହି ତୁମକୁ ଭକ୍ତି କରନ୍ତି, ସେମାନଙ୍କୁ ଏକତ୍ରିତ କରିବା ପାଇଁ ଏବଂ ସେମାନଙ୍କ ହୃଦୟକୁ ଯାହା ଆଶ୍ୱାସନା ଦେବ ତାହା ସେମାନଙ୍କ ନିମନ୍ତେ ପ୍ରେରଣ କରିବା ପାଇଁ ମୁଁ ତୁମର ସର୍ବ-ମହାନ୍ ନାମର ଦ୍ୱାହି ଦେଇ ପ୍ରାର୍ଥନା କରୁଛି । 

ତୁମକୁ ଯାହା ଆନନ୍ଦ ଦିଏ, ତାହା ତୁମେ ସାଧନ କରିବା ପାଇଁ ଶକ୍ତିଶାଳୀ ଅଟ । ବାସ୍ତବିକ, ତୁମେ ହେଉଛ ଭୟାନକ ସଂକଟରେ ସହାୟ, ସ୍ୱ-ନିର୍ଭର ।

-Bahá'u'lláh
-----------------------

ଧର୍ମର ବିଜୟ (#15532)

ହେ ପ୍ରଭୁ ! ପୃଥିବୀର ସମସ୍ତ ଜନଗଣଙ୍କୁ ତୁମ ଦିବ୍ୟ ଧର୍ମର ଅମରାବତୀ ମଧ୍ୟରେ ପ୍ରବେଶ ଲାଭ କରିବା ପାଇଁ ସମର୍ଥ କରାଅ ।     ଯ୍ୱାରା କୌଣସି ସୃଷ୍ଟ ପ୍ରାଣୀ ତୁମ ସୁ-ପ୍ରସାଦର ସୀମା ବାହାରେ ରହିବେ ନାହିଁ ।  

 ଆବହମାନ କାଳରୁ ଯାହା ତୁମକୁ ଆନନ୍ଦ ଦିଏ, ତାହା ସମ୍ପନ୍ନ କରିବା ପାଇଁ ତୁମେ ଶକ୍ତିଶାଳୀ ଅଟ ଏବଂ ଯାହା ତୁମେ ଆକାଙ୍କ୍ଷାକର ତାହା ଉପରେ ତୁମେ ଅତୀନ୍ଦ୍ରିୟ ଅଟ ।

-The Báb
-----------------------

ଧର୍ମର ବିଜୟ (#15533)

ହେ ପ୍ରଭୁ ! ତୁମ ଧୈର୍ଯ୍ୟଶୀଳ ସେବକଗଣଙ୍କୁ ତୁମ ଦିନଗୁଡ଼ିକରେ ଏକ ଉପଯୁକ୍ତ ବିଜୟ ପ୍ରଦାନ କରି ସେମାନଙ୍କୁ ବିଜୟୋଲ୍ଲାସରେ ମନ କର । କାରଣ, ସେମାନେ ତୁମ ପଥରେ ଶହୀଦ୍ତ୍ୱ ବରଣ କରିବାକୁ ସନ୍ଧାନ କରିଛନ୍ତି । ସେମାନଙ୍କ ମନକୁ ଯାହା ସାନ୍ତ୍ୱନା ଦେବ, ସେମାନଙ୍କ ଅନ୍ତରତମ ଅସ୍ତିତ୍ୱକୁ ଯାହା ଆନନ୍ଦ ଦେବ, ସେମାନଙ୍କ ହୃଦୟକୁ ଯାହା ଆଶ୍ୱାସନା ଦେବ ଏବଂ ସେମାନଙ୍କ ଶରୀରକୁ ଯାହା ପ୍ରଶାନ୍ତି ପ୍ରଦାନ କରିବ ତଥା ସର୍ବ ସ୧ୁନ୍ନତ ଭଗବାନ୍ଙ୍କ ଉପସ୍ଥିତି ଆଡ଼କୁ ଆରୋହଣ କରିବା ନିମନ୍ତେ     ସେମାନଙ୍କ ଆତ୍ମାମାନଙ୍କୁ ଯାହା ସମର୍ଥ କରାଇବ ଓ ସର୍ବୋଚ୍ଚ ସ୍ୱର୍ଗକୁ ପ୍ରାପ୍ତ ହେବା ନିମନ୍ତେ ଏବଂ ବାସ୍ତବ ଜ୍ଞାନ ଓ ଗୁଣର ଅଧିକାରୀ ମନୁଷ୍ୟଗଣଙ୍କ ପାଇଁ ତୁମେ ପୂର୍ବରୁ ନିର୍ଦ୍ଧାରିତ କରିଥିବା ଗୌରବର ସେହି ବିଶ୍ରାମ ସ୍ଥଳଗୁଡ଼ିକୁ ଲାଭ କରିବା ନିମନ୍ତେ ସେମାନଙ୍କ ଠାରେ ତୁମେ ତାହା ପ୍ରେରଣ କର । ବାସ୍ତବିକ, ସକଳ ବସ୍ତୁ ତୁମକୁ ହିଁ ଜଣା, କିନ୍ତୁ ଆମ୍ଭେମାନେ ତୁମର ସେବକ ମାତ୍ର; ତୁମର ଦାସଗଣ, ତୁମର କ୍ରୀତଦାସଗଣ ଏବଂ ତୁମର ଦୀନଜନ ଅଟୁ । ହେ ଭଗବାନ୍, ଆମ୍ଭମାନଙ୍କ ପ୍ରଭୁ ! ଆମ୍ଭେମାନେ ଉପାସନା କରିବାକୁ ତୁମ ବ୍ୟତୀତ ଆମର ଆଉ କେହି ପ୍ରଭୁ ନାହାନ୍ତି, କିମ୍ବା, ତୁମ ବ୍ୟତୀତ ଅନ୍ୟ କାହାଠାରୁ ଆମ୍ଭେ ଆଶିଷ ଭିକ୍ଷା କରିପାରୁ ନାହୁଁ କି କରୁଣା ଭିକ୍ଷା ମଧ୍ୟ କରିପାରୁ ନାହୁଁ । ହେ ସ୍ୱୟଂ ତୁମ୍ଭେ ! ଯିଏ ହେଉଛ ଏହି ଜଗତ ତଥା ଆଗାମୀ ଜଗତ ପ୍ରତି କରୁଣାର ପରମେଶ୍ୱର! ଆମ୍ଭେମାନେ ଦରିଦ୍ର, ନଗଣ୍ୟ, ଅସହାୟ ଏବଂ ଅଭିଶପ୍ତ ଜୀବନର କେବଳ ପ୍ରତିର୍ମୂି ମାତ୍ର, କିନ୍ତୁ, ତୁମର ଅଖ ଦିବ୍ୟସାର ସମ୍ପଦ, ସ୍ୱାଧୀନ ଗୌରବ, ମହାନତା ଏବଂ ଅସୀମ କରୁଣାର ସଂକେତ ଦେଇଥାଏ । 



ହେ ପ୍ରଭୁ ! ଆମର ପୁରସ୍କାରକୁ ଏପରି ବଦଳାଇ ଦିଅ, ଯାହାକି ଏହି ଜଗତର ମଙ୍ଗଳ ବିଧାନଗୁଡ଼ିକ ଏବଂ ଊଦ୍ଧ୍ୱର୍ ସାମ୍ରାଜ୍ୟ ଠାରୁ ନିମ୍ନରେ ଥିବା ପୃଥିବୀ ପର୍ଯ୍ୟନ୍ତ ବିର୍ସ୍ତୀ ହୋଇଥିବା ବହୁବିଧ ଅନୁଗ୍ରହମାନ ତୁମକୁ ଉମ ଭାବରେ ଉପଯୋଗୀ କରାଇବ ।  
 ବାସ୍ତବିକ, ତୁମେ ହେଉଛ ଆମ୍ଭମାନଙ୍କର ପ୍ରଭୁ ତଥା ସକଳ ବସ୍ତୁର ପ୍ରଭୁ ଅଟ । ଯାହା ତୁମ ପ୍ରତି ଉପଯୁକ୍ତ ହେବ କେବଳ ସେହି ବସ୍ତୁଗୁଡ଼ିକ ପାଇଁ ଆଶାୟୀ ହୋଇ ଆମ୍ଭେମାନେ ତୁମ ହସ୍ତରେ ଆମ୍ଭ ନିଜକୁ ସମର୍ପଣ କରୁଛୁ ।

-The Báb
-----------------------

ଧର୍ମର ବିଜୟ (#15534)

ସ୍ୱୟଂ ସେ ହେଉଛନ୍ତି ପରମେଶ୍ୱର !

ହେ ପ୍ରଭୁ, ମୋର ଭଗବାନ୍, ମୋର ପରମ ପ୍ରିୟତମ ! ତୁମର ଏହି ସେବକଗଣ ତୁମର ଦିବ୍ୟ କଣ୍ଠଧ୍ୱନି ଶ୍ରବଣ କରିଛନ୍ତି, ତୁମର ଦିବ୍ୟବାଣୀ ପ୍ରତି ର୍କ ଡେରିଛନ୍ତି ତଥା ତୁମର ଆହ୍ୱାନକୁ ର୍କପାତ କରିଛନ୍ତି । ସେମାନେ ତୁମଠାରେ ବିଶ୍ୱାସ ରଖିଛନ୍ତି, ତୁମର     ଅତ୍ୟା୧⁄୨ର୍ଯ୍ୟଗୁଡ଼ିକୁ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ତୁମର ପ୍ରମାଣାବଳୀକୁ ସ୍ୱୀକାର କରିଛନ୍ତି ଏବଂ ତୁମର ଘଟଣାବହୁଳ ସୂଚନାକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି । ସେମାନେ ତୁମ ମାର୍ଗରେ ପରିଚାଳିତ ହୋଇଛନ୍ତି । ତୁମ ମାର୍ଗ ଦର୍ଶନକୁ ଅନୁସରଣ କରିଛନ୍ତି । ତୁମର ରହସ୍ୟାବଳୀକୁ ଆବିଷ୍କାର କରିଛନ୍ତି । ତୁମ ଦିବ୍ୟ ଗ୍ରନ୍ଥର ଗୂଢ଼ ତ୍ୱାବଳୀକୁ ତୁମ ପ୍ରାଚୀନ ଗ୍ରନ୍ଥାବଳୀର ବାଣୀଗୁଡ଼ିକରେ ତଥା ତୁମ ଦିବ୍ୟ ଚିଟାଉ ଓ ଫଳକଲିପିଗୁଡ଼ିକରେ ଥିବା ସନେ୍ଦଶକୁ ହୃଦୟଙ୍ଗମ କରିଛନ୍ତି । ସେମାନେ ତୁମ ବସ୍ତ୍ରାଳକୁ ଜାବୁଡ଼ି ଧରିଛନ୍ତି ଏବଂ ତୁମ ଆଲୋକ ତଥା ଗୌରବର ପରିଚ୍ଛଦକୁ ଦୃଢ଼ତାର ସହିତ ଧାରଣ କରିଛନ୍ତି । ତୁମର ଦିବ୍ୟ ଚୁକ୍ତି ମଧ୍ୟରେ ସେମାନଙ୍କର ପଦକ୍ଷେପଗୁଡ଼ିକ ସୁଦୃଢ଼ ହୋଇଛି । ତୁମ ଦିବ୍ୟ ଦଲିଲ ମଧ୍ୟରେ ସେମାନଙ୍କର ହୃଦୟ ଅଟଳ ରହିଛି । ହେ ପ୍ରଭୁ ! ସେମାନଙ୍କ ହୃଦୟରେ ତୁମ ଦିବ୍ୟ ଆକର୍ଷଣର ଶିଖାକୁ ପ୍ରଜ୍ଜ୍ୱାଳିତ କର ଏବଂ ଅନୁମତି ଦିଅ ଯେ, ସେମାନଙ୍କ ହୃଦୟ ମଧ୍ୟରେ ପ୍ରେମ ତଥା ବୋଧଗମ୍ୟତାର ବିହଙ୍ଗ ସଙ୍ଗୀତ ଗାନ କରିପାରିବ । ସେମାନଙ୍କୁ ଅନୁମତି ଦିଅ ଯେ,     ସେମାନେ ଯେପରି ଶକ୍ତିଶାଳୀ ସଙ୍କେତାବଳୀ ସ୍ୱରୂପ, ଜାଜ୍ଜ୍ୱଲ୍ୟମାନ ମାନଦ ସ୍ୱରୂପ ତଥା ତୁମ ବାଣୀ ତୁଲ୍ୟ ଆଦର୍ଶରେ ଅନୁପ୍ରାଣିତ ହୋଇପାରିବେ । ତୁମ ଧର୍ମକୁ ସେମାନଙ୍କ ମାଧ୍ୟମରେ ମହାନ୍ କର, ତୁମ ବିଜୟ କେତନକୁ ଫରଫର ଊଡ଼ାଇ ଦିଅ ଏବଂ ତୁମ ଅତ୍ୟା୧⁄୨ର୍ଯ୍ୟଗୁଡ଼ିକୁ ବିସ୍ତୃତ ଭାବରେ ପ୍ରକାଶ କର । ସେମାନଙ୍କ ମାଧ୍ୟମରେ ତୁମ ବାଣୀକୁ ମହିମାନ୍ୱିତ କର ଏବଂ ତୁମ ପ୍ରିୟଜନମାନଙ୍କର କଟୀଦେଶକୁ ମଜ୍ଭୂତ କର । ତୁମ ଦିବ୍ୟ ନାମର ପ୍ରଶଂସାଗାନ କରିବା ପାଇଁ ସେମାନଙ୍କର ଜିହ୍ୱାକୁ ଉନ୍ମୁକ୍ତ କର ଏବଂ ତୁମ ପବିତ୍ର ଇଚ୍ଛା ତଥା ସୁପ୍ରସାଦକୁ ପାଳନ କରିବା ନିମନ୍ତେ ସେମାନଙ୍କୁ ପ୍ରେରଣା ଯୋଗାଅ । ତୁମ ପବିତ୍ରତାର ସାମ୍ରାଜ୍ୟରେ ସେମାନଙ୍କର ମୁଖରାଜିକୁ ଆଲୋକିତ କର ଏବଂ ତୁମ ଧର୍ମର ବିଜୟ ପାଇଁ ଉତ୍ଥିତ ହେବାରେ ସେମାନଙ୍କୁ ସହାୟ ହୋଇ ସେମାନଙ୍କର ଆନନ୍ଦକୁ ସାର୍ଥକ କର । 

ପ୍ରଭୁ ! ଆମ୍ଭେମାନେ ଦୁର୍ବଳ, ତୁମ ପବିତ୍ରତାର ସୁଗନ୍ଧକୁ ବିଚ୍ଛୁରିତ କରିବା ନିମନ୍ତେ ଆମକୁ ଶକ୍ତିଶାଳୀ କର । ଆମ୍ଭେମାନେ ଦରିଦ୍ର, ତୁମ ଦିବ୍ୟ ଏକତାର କୋଷାଗାର ମଧ୍ୟରୁ ଆମକୁ ବିଶାଳୀ     କର । ଆମ୍ଭେମାନେ ବସ୍ତ୍ରହୀନ, ତୁମ କରୁଣାର ପରିଚ୍ଛଦ ଦ୍ୱାରା ଆମକୁ ପରିହିତ କରାଅ । ଆମ୍ଭେମାନେ ପାପୀ, ତୁମ ଅନୁକମ୍ପା, ତୁମ ଅନୁଗ୍ରହ ଏବଂ ତୁମ କ୍ଷମା ମାଧ୍ୟମରେ ଆମ୍ଭମାନଙ୍କ ପାପକୁ ମାର୍ଜନା କର । ବାସ୍ତବିକ, ତୁମେ ହେଉଛ ପରମ ସମ୍ବଳଦାତା, ପରମ ସହାୟକ, ପରମ କୃପାଳୁ, ପରମ ଶକ୍ତିଶାଳୀ, ପରମ ସାମର୍ଥ୍ୟବାନ୍ । 

ଯେଉଁମାନେ ତୁମ ଧର୍ମରେ ଦୃଢ଼ ତଥା ଅଟଳ ଅଛନ୍ତି, ସେମାନଙ୍କ ଉପରେ ଗୌରବର ବିଜୟ ମନ ହେଉ ।

-`Abdu'l-Bahá
-----------------------

